...

9 views

ଚଲାପଥର ସାଥି
ଜୀବନର ବାଟ ଲମ୍ବିଛି ଦୁରକୁ
କେତେ କେତେ ମୋଡ଼ ଦେଇ,
କିନ୍ତୁ ଚଲାପଥ ପାଇଁ ସାଥିଟିଏ ଖୋଜେ
ଯିଏ ଚାଲିବ ମୋ ସାଥି ହେଇ l

ପଢିପାରୁଥିବ ହୃଦୟକୁ ମୋର
ବିନା ଦ୍ଵନ୍ଦେ ତାର ଆଖି,
ଢାଙ୍କି ରଖୁଥିବ ସବୁ ଦୋଷ ମୋର
ତାର ପ୍ରୀତି ବନ୍ଧନରେ ରଖି l

ମୋ ଶରୀର ପାଇଁକି ଛାୟା ହେଇଥିବ
ମୋର କାମନା ଯେ ତାର ସ୍ବପ୍ନ,
ତାର ପ୍ରେମର କିରଣେ ଉଜ୍ଜଳିତ ହେଇ
ମୋର ରାତ୍ରି ହେଉଥିବ ଦିନ l

ଅବାସ୍ତବ ଏଇ ସ୍ବପ୍ନ ଯେ ମୋହର
ବାସ୍ତବ ସାଥିଟେ ଖୋଜେ,
ଏଇ ଚଲାପଥେ ମୋର ଜରୁରୀ ଅଟେ ସେ
ଯାର ଭାବନାରେ ନୀତି ମୁଁ ଭିଜେ l