...

10 views

ବର୍ଷା, ତୁମେ ଓ ମୁଁ...
ବରଷୁ ଥାଏ ମେଘ ପ୍ରିୟସୀର ହାତର ଆଞ୍ଜୁଳାରେ
ଭିଜୁଥାଏ ଦେହ ହସୁଥାଏ ଓଠ ଉଦ୍ଜୀବିତ ପ୍ରେମ ଶିଖାରେ,

ବର୍ଷା ସାଙ୍ଗକୁ ଶୀତଳତା ଭରା ପବନ
ବିଚ୍ଛେଦ ଭରା କାହାଣୀରେ
ହଠାତ ସୃଷ୍ଟି ହୁଏ ଆକସ୍ମିକ ମିଳନ...

କାହିଁକି ? କାହିଁକି ?
ଏମିତି ହେଲା ବୋଲି ପ୍ରଶ୍ନ ଉଠେ ମନରେ
କ'ଣ ଏହା ଏଟେ ସତ ?
ଘଡଘଡି ବିଜୁଳିରେ ଆଚ୍ଛନ୍ନ ଗୋଧୂଳି ଅନ୍ତରେ ...

ପ୍ରକୃତିର ନାନା ବିଧ ଶବ୍ଦରେ
ତରଙ୍ଗାୟୀତ ବେଙ୍ଗ ଝିଣ୍ଟିକାର ଅସହନୀୟ ତାଳ,
ଧମନୀରେ ପ୍ରବାହିତ ଉତ୍ତପ୍ତ ଶାଣିତର
ଏକତ୍ରିତ ପ୍ରେମର ଆସ୍ତରଣେ ଚିତ୍ରିତ ଏ ବର୍ଷା କାଳ!!

ହଁ... ଲାଗୁଥାଏ ଡର
ଥରୁଥାଏ ଛାତି ଧକ୍ ଧକ୍
ଏ ଅନ୍ଧାର ରାତି,
ଶୂନଶାନ ରାସ୍ତାକଡ଼ ବାଉଁଶର କଡମଡ଼ ଶବ୍ଦରେ...

ଦୂରରୁ ଶୁଭୁଥାଏ ଶୃଗାଳ କୁକୁରଙ୍କ ବିକଟାଳ ସ୍ୱର
ସତେକି ତୁମକୁ ନ ପାଇ ମୁଁ ହରାଇ ବସିବି
ଭୟରେ ଦେହ ଉଲ୍ଲସିତ ମୋର.....

ତଥାପି ଥମିନାହିଁ ମୋ ପାଦର ଚାଲିବା ଜୋର
ନା ଥମିଛି ମୋର ତୁମକୁ ପାଇବାର ଆଶା,
ଖାଦ୍ୟ ରୂପେ ଖୋରାକ୍ ସାଜିଛି
ତୁମ ପ୍ରତି ଥିବା ମୋ ଭଲପାଇବା ଏବଂ ଆଉ ଏ ବର୍ଷା !!