...

5 views

Ritesh An Imaginary Poetry... କେବଳ ତୁମ ପାଇଁ
ମୋ ନୀରବତାର ମୁହୂର୍ତ୍ତରେ
ତୁମେ କୋଳାହଳ ଶବ୍ଦ!
ଅସମ୍ପୂର୍ଣ୍ଣ ପ୍ରେମର ଲକ୍ଷ୍ୟହୀନ ଭେଦ
ଅନ୍ତରର ବାର୍ତ୍ତା ସହ ସମୟର ଆକ୍ଷେପ ମଧ୍ୟରେ ନଥିଲା ପ୍ରଭେଦ
ସ୍ମୃତିର ସୌଧ ଜୀବିତ ଥାଇ ବି ଆଜି ନିସ୍ତବ୍ଧ
ମନର କେଇପଦ ଅକୁହା କଥା ଆଉ
ସେ ଅଧାଲେଖା ଫର୍ଦ୍ଦ.....
ସତରେ ତୁମେ ଜାଣିବି ଅଜଣା ହୁଅ ; ମନେ ଥାଏ ଦ୍ୱନ୍ଦ୍ୱ
ବନ୍ଧୁତାର ଆଳରେ
ଭାବିଥିଲି ଦିନେ ପଡିବ ହୃଦୟେ ପ୍ରେମିକାର ପାଦ 😍
ଭୟଥାଏ ଆକସ୍ମିକ ଭାବେ ପ୍ରେମର ଦରଖାସ୍ତ ହୋଇବକି ରଦ୍ଦ
ବୁଝେଇ ଦେଇ ଏ ସନ୍ଦିଗ୍ଧର ବିଚଳିତ ମନକୁ
ସମୟକୁ ଦେଲି ଅକାରଣେ ଦୋଷ
ଦିନେ ସେ ସମୟ ବି କହିଯାଇଥିଲା -
ତୁ ହୋଇଯାଆ ସତର୍କ ଏ ପ୍ରେମ ବାସ୍ତବରେ ଅନ୍ଧ!!