...

5 views

ଚେତାବନୀ... 🙏
ଭିଜି ନାହିଁ ଶରୀର ପରିଶ୍ରମର ବୁନ୍ଦା ବୁନ୍ଦା ଝାଳରେ,
ସ୍ବପ୍ନ କେବେ ବାସ୍ତବତା ନିଏନି...
କର୍ମଭୀରୁ ମନୁଷ୍ୟର ବାହାନାର ଆଳରେ!!

ଲଢ଼ିବାକୁ ହୁଏ ଯୁଦ୍ଧ ରଣକ୍ଷେତ୍ରେ
ସତ୍ୟ, ଶାନ୍ତି, ଦୟା ଓ କ୍ଷମାର ଅସ୍ତ୍ରରେ

ଚିରଞ୍ଜିବି ହୋଇ ରୁହେନି କେହିବି
ସାଧ୍ୟ୍ୟ କର୍ମବୀରର ଗାଥା ହିଁ ଏକା ଯେ ଥାଏ ଯୁଗ ଯୁଗାନ୍ତରେ!!

ସେ ହେଉ କର୍ଣ୍ଣ, ଅର୍ଜୁନ କି ଏକଲବ୍ୟ ଥିଲେ ସେ ବି ମନୁଷ୍ୟ

ଧର୍ମୋନୁରାପି କର୍ମର ଶବ୍ଦ ଶୁଣାଯାଏ ସଭିଙ୍କ ତୁଣ୍ଡରେ!!

ଅହଂ, ସ୍ୱାର୍ଥ, ଦ୍ୱେଷ, ମିଥ୍ୟାର ଆଶ୍ରରେ ଆଶ୍ରିତ ଜଡ଼ ସ୍ଥାଣୁ ପାଲଟିଯାଏ ଦିନେ ସ୍ମଶାନର ପାଉଁଶ ଗଦାରେ.....

😅 ଜୀବିତ ଥାଇ! ସବୁ ଶୁଣି ବୁଝି ହେଲେବି ପୁଣି ଅଝଟ
କୁହେ ମୁଁ ନିଶ୍ଚିତ ସୁଧୁରିଯିବି, ଥାଏ
ଆସନ୍ତାକାଲିର ଅପେକ୍ଷାରେ!!

(ଆସନ୍ତାକାଲି କେହି ଦେଖି ନାହାନ୍ତି... ବର୍ତ୍ତମାନ ହିଁ ସୁଧୁରିଯାଅ) 🙏

© Ritesh Dash