...

1 views

ଚିଠି (କ୍ରମଶଃ)- ଆଦରର ଅବୁଝା ଅତୀତ, ସେଇ ଖଟତଳେ ଜର୍ଜରିତ!!
ମୋର ଗୋଟେ ବୋଲି ପ୍ରିୟ ମାଣ୍ଡୁ ସୁରେଖା
ଷଣ୍ଢକୁଦ,


ଏମିତି ମୋର ବିଦ୍ୟାଳୟ ଯିବା ଆଉ ତୁମେ ସେପଟୁ ବିଦ୍ୟାଳୟକୁ ଆସିବା ବୋଧେ କାକୁଡି ସହ ଲଙ୍କାଗୁଣ୍ଡ ବିଟଲୁଣ ସଂଯୋଗ ଭଳି l ଏମିତି ପରିସ୍ଥିତିରେ ଆକାଶରେ ଘୋଟି ଆସୁଥାଏ କଳା କଳା ବାଦଲ ଖଣ୍ଡ, ଲାଗୁଥିଲା ସତେ ଯେମିତି ଏବେ ହିଁ ବର୍ଷୀଯିବ ଆମ ବିଦ୍ୟାଳୟର ଛାତ ନଥିବା ପାଇଖାନା ଉପରେ l ବିଦ୍ୟାଳୟରେ ପାଣିଟାଙ୍କି କଡ଼କୁ ଥିବା ଟଗର ଗଛରୁ ଫୁଲ ତୋଳି ନିଜ ବେଣୀରେ ସଜେଇ ଦେଇ ଅଜାଣତ ଭାବେ, ତୁମେ ଯେମିତି ମତେ ପ୍ରେମର ସୋରିଷ ତେଲ ରୂପକ ଚିକଣତା ଭରା ମାର୍ବଲରେ ବର୍ତ୍ତମାନ ଶ୍ରେଣୀ ଭିତରେ ନ ଖସି ଶାନ୍ତ ରହିବା ପାଇଁ ସଙ୍କେତ ଦେଉଥିଲ ll
ଆହାଃ... ଚମତ୍କାର ଲାଗେ ସେ ସ୍ମୁତି !!
ନିଜ ଆଖି ବନ୍ଦକରିଦେଲା ବେଳକୁ ଲାଗେ ଯେମିତି ତୁମେ ନର୍ଦମାର ବହିଯାଉଥିବା ସଢାପଚା ପାଣିରେ ମୁଁ ତୁମ ସାଥେ ସାଲୁବାଲୁ ହେଉଥିବା ଜୀବାଣୁ !! ସତରେ ଆମ ପ୍ରେମର ମାହାତ୍ମ୍ୟ ଅଣାବନ ବର୍ଷରେ କ'ଣ ନଥିଲା ?? ସତେ! ଏମିତି ମନେ ହୁଏ ଯେମିତି ଆମ ପ୍ରେମର ଗାଥା ଗୁଡ଼ିଆ ଦୋକାନରେ ଛଣାଛଣି ହୋଇ ଗରାଖିମାନଙ୍କୁ ଖାଇବାକୁ ଦିଆଯିବା ବେଳେ ପର୍ କରି ଫାଡି ହୋଇଯାଇଥିବା କାଗଜ ଭଳି ll ଧୀରେ ଧୀରେ ତୁମକୁ ପାଇବା ପାଇଁ ବନିସୀ କଣ୍ଟାରେ ଜିଆ ଗୁନ୍ଥିଲା ଭଳି ଶ୍ରେଣୀ ଭିତରେ ବହୁଥର ଥୋପ ପକେଇଛି l ହେଲେ ତୁମକୁ ସହଜେ ପାଇନି l
କେତେବେଳେ ତୁମର ଭାଙ୍ଗି ଯାଇଥିବା ସେଇ ନାଲି କଲମ ମୁନ ଆଳରେ ତ' କେତେବେଳେ ତୁମ ଖାତା ପଛପଟେ ଗତରାତିରେ ମରିଯାଇଥିବା ଲଣ୍ଠନ ପାଖ ପୋକ ଆଳରେ l ଧେତ୍, ମୁଁ ତୁମକୁ ଏକଥା କାଇଁ କହୁଛି କେଜାଣି...
ଯାଃ! ଉଁ.... ମତେ ଭାରି ଲାଜ ଲାଗୁଚି,,, ଦୁଷ୍ଟ !!
ତୁମକୁ ଦେଖି ଦେଖି ମୋର ସବୁ କିଛି ମୁଁ ଭୁଲି ଯାଇଥିଲି..
ତୁମର ମନେ ଅଛି ଥରେ ଆମ ବିଦ୍ୟାଳୟକୁ ଶିକ୍ଷା ଅଧିକାରୀ ଆସିଥିଲେ ଯାହାଙ୍କ ନାଆଁ ଥିଲା- ସନ୍ଧ୍ୟାବଳେ ମଲ୍ଲ ! ସେ ଆମ ଶ୍ରେଣୀକୁ ପର୍ଯ୍ୟଟନ ସ୍ଥଳ ଭାବେ ବୁଲିବାକୁ ଆସି ବୁଝିଥିଲେ ଆମ ସବୁ ପିଲାଙ୍କ ପାଠପଢା କଥା l
ଆଉ କେତୋଟି ପ୍ରଶ୍ନ ମଧ୍ୟ ପଚାରିଥିଲେ, ଯାହା ବର୍ତ୍ତମାନ ସମୟର ଅବାନ୍ତର କିଳଙ୍କାରି ଉପରେ ଥିଲା ll

କ୍ରମଶଃ.....
© Ritesh Dash