...

5 views

ଚିଠି (ଆଗକୁ) 🙋‍♂️ ସ୍ନେହର ମାର୍ଗଦର୍ଶକ, ସେଇତ ଖଟତଳ ଚିଠି ପାଇଁ ହକ ହକ 🤣
ମୋର ପ୍ରିୟର ଗୋଟିଏ ବୋଲି ମାଣ୍ଡୁ ସୁରେଖା
ଷଣ୍ଢକୁଦ,


ସେଦିନ ପର୍ଯ୍ୟଟକ ଭାବରେ ଆସିଥିବା ସଂଧ୍ୟାବଳେ ମଲ୍ଲ କେତୋଟି ପ୍ରଶ୍ନ ପଚାରିଥିଲେ ତୁମର ମନେ ଅଛି l ସମୁଦାୟ ଚାରିଟି ପ୍ରଶ୍ନ ଥିଲା, ଯାହାର ଉତ୍ତର ଶ୍ରେଣୀ ଭିତରେ ଥିବା ସବୁ ପିଲାମାନଙ୍କ ଭିତରୁ ଆମେ ଦୁଇଜଣ ଭୂଷପଣ୍ଡିତ ହିଁ ଆଗ ଦେଇଥିଲେ !!

ପ୍ରଶ୍ନ ୧- ଆମ୍ଭର ଡିମ୍ବକୁ ଛୁଞ୍ଚି ସୂତାରେ ଫୁଟେଇ ହାତରେ ବାନ୍ଧିଲେ କ'ଣ ହବ ??
ଉତ୍ତରରେ ତମେ ଦେଲ- ହେ ବୁଲିବାକୁ ଆସିଥବା ମହାଶୟ! ଆମ୍ବର ଡିମ୍ବକୁ ହାତରେ ବାନ୍ଧିଲେ ଗଛ ହବନି, ଯାହା ଫଳରେ ଟୋକାମାନେ ଆମ୍ବ ତୋଳିକି ଆଣି ଆମ ଭଳିଆ ସୁନ୍ଦରୀ ଛନ ଛନିଆ ଟୋକିଙ୍କୁ ଦେଇ ପଟେଇ ପାରିବେନି ll

ପ୍ରଶ୍ନ ୨- ଆଛା ପିଲେ କହିଲ, ଅଜାଗା ଘାଆ ଦେଖେଇଲେ ତାହା କେତେବଡ ହୋଇଯାଏ ?? 😄😄

ଉତ୍ତରରେ ମୁଁ କହିଲି- ଦର୍ଶନାଭିଳାଷୀ ମହାଶୟ, ଅଜାଗା ଘାଆ ଦେଖେଇଲେ ଘାଆ ଜଲ୍ଦି ସୁଖେନାହିଁ କୋରଣାରେ ନଡ଼ିଆ କୋରିହେଲା ଭଳି ରାମ୍ପି ହେଇ ହେଇ ସୁଡ଼ଙ୍ଗ ହୋଇଯାଏ, ଯାହାଫଳରେ ଆପଣ ଗୋଟେ ପଟେ ପଶିଲେ, ଆଉ ଗୋଟେ ପଟେ ବାହାରିବେ l

ପ୍ରଶ୍ନ ୩- ଆଛା କହିଲ ମହାକାଶରେ ରବିଙ୍କ ଚାରିପଟେ କିଏ କିଏ ସବୁ ବୁଲନ୍ତି ??

ଉତ୍ତରରେ ତୁମେ- ଅଲାଜୁକ ମହାଶୟ, ଯେତେବେଳେ ରବିକୁ ଜୋରେ ଥଣ୍ଡା ହୋଇ ପ୍ରବଳ ମାତ୍ରାରେ କାଶ ସହ ନାକରୁ ଡଙ୍କ ପାଣି ବୋହୁଥାଏ ସେତେବେଳେ ସେ ଆମ ଭଳି ଝିଅପିଲାଙ୍କର ଗାମୁଛା ମାନେ ଓନି ନେବ ବୁଲି ଚାରିପଟେ ବୁଲୁଥାଏ ll

ପ୍ରଶ୍ନ- ୩+୧ =? - ଓଡ଼ିଶାରେ ପ୍ରେମିକମାନେ ସେମାନଙ୍କ ପ୍ରେମ ପାଇଁ ଭେଡ କଡରେ ଥିବା ବୁଦାକୁ କାହିଁକି ପ୍ରାଧାନ୍ୟ ଦେଇଥାନ୍ତି ??

ଉତ୍ତରରେ ମୁଁ- ମହାଶୟ, ଏବେ ଯୋଉଭଳିଆ ପରିସ୍ଥିତି ହେଲାଣି ଯୁଆଡେ ଦେଖିବ ସିଆଡେ ପୁଳିଏ ପୁଳିଏ ଲୋକ ନହଲେ ଆଉ କିଛି ନାହିଁ... ତା'ପରେ ଆଉ ଗୋଟେ କଥା - ଆମେ ବୁଦାକୁ ଗଲୁ କି ଗାତକୁ ଗଲୁ ତୁମ ମୁଣ୍ଡ କାଇଁ ଏତେ ବଥଉଛି ମୁଁ କାଇଁ ଜାଣିପାରୁନି !!

(ମୋର ଆଶା !! ଆପଣ ଆପଣଙ୍କ ସ୍ତ୍ରୀକୁ ନେଇ ଯୁଆଡେ ଯାଉଛନ୍ତି ଯାଆନ୍ତୁ ହେଲେ ଯଦି ଆମ ବିଦ୍ୟାଳୟରୂପକ ପାର୍କ ବୁଲି ସାରିଲେଣି ତାହେଲେ ଘରକୁ ଯାଇ ପଖାଳ ଖାଇ ଖଟ ତଳେ ପେଟେଇ ସୁଅନ୍ତୁ...ll)


କ୍ରମଶଃ.....
© Ritesh Dash