...

1 views

ଅସ୍ଵିକାରଯୋଗ୍ୟ ବ୍ୟବହାର
ଆଜି ଦିନର କିଛି ଅବିସ୍ମରଣୀୟ ଘଟଣା, ଯାହା ମନରେ ଅସୁମାରୀ ପ୍ରଶ୍ନର ଢେ଼ଉ ସୃଷ୍ଟି କରୁଛି, ମନକୁ ଆନ୍ଦୋଳିତ କରୁଛି, ମନର ସ୍ଥିରତାରେ ଆଲୋଡନ ସୃଷ୍ଟି କରୁଛି । ମାନସପଟରେ ଅସରନ୍ତି ପ୍ରଶ୍ନ ଉଙ୍କି ମାରୁଛି, ସେ ପ୍ରଶ୍ନର ଉତ୍ତର ବି ପାଖରେ ନାହିଁ ।ନିଜକୁ ଦୋଷୀ ଭଳି ଲାଗୁଛି ।କିଛି ସମୟ ପୂର୍ବରୁ ପହଞ୍ଚିବା ଆଶା ନେଇ ନିଜ ସହକର୍ମୀଙ୍କ ସହ ଚାଲିଆସିବା ବି କେତେ ବଡ଼ ଭୁଲ ହେଇପାରେ ଆଜି ଜଣାପଡୁଛି । ଯଦି ମୋ ପରିଚୟ ଦେବାରେ ନିଜର ସମ୍ମାନ ହାନି ହେଉଛି ବୋଲି ଭାବୁଥିଲେ ତାହାଲେ ସାଙ୍ଗରେ ଆଣିବାର ମାନେ କଣ ଥିଲା ? ମୁଁ ଦୟାର ଭିକ ମାଗିନଥିଲି କାହା ସାହାଯ୍ୟ ନିମନ୍ତେ । ତଥାପି କାହିଁକି.......ଥରେ ଥରେ ଲାଗୁଛି କଣ ମୋର ସେହି ସ୍ଥାନରେ..... ସେହି ସମୟରେ ଉପସ୍ଥିତ ରହିବା ଭୁଲ ଥିଲା ନା ମୁଁ ଠିକ୍ ଥିଲି; କିନ୍ତୁ ସେହି ଅଧିକାରୀଗଣ ନିଜର ଅନୈତିକ କାର୍ଯ୍ୟକୁ ହାସଲ କରିବା ନିମନ୍ତେ ମୋ ଉପସ୍ଥିତିକୁ ଗ୍ରହଣ କରିପାରିନଥିଲେ । କାରଣ ଜଣେ ଶିକ୍ଷିତ ଓ ସଭ୍ୟ ବ୍ୟକ୍ତି ଙ୍କ ଠାରୁ ଏଭଳି ବ୍ୟବହାର କେବେ ବି ଗ୍ରହଣଯୋଗ୍ୟ ନୁହେଁ। ନିଜର କୁତ୍ସିତ ଲକ୍ଷ୍ୟ ସାଧନ ନିମନ୍ତେ ମଣିଷ ଯେ କେତେ ତଳକୁ ଖସିପାରେ, ତାର ଏହା ଥିଲା ଏକ ଜ୍ୱଳନ୍ତ ଉଦାହରଣ । ଯେତେବେଳେ ଗୋଟିଏ ସ୍ଥାନ ସହ ଜଡ଼ିତ କ୍ଷମତା ମିଳିଥାଏ ତା ସହିତ ବହୁତ ଲୋକଙ୍କ ଆଶା ଆକାଂକ୍ଷା ନିହିତ ଥାଏ ଓ ସେଥି ସହିତ ସେମାନଙ୍କ ନିମନ୍ତେ ବହୁ କର୍ତ୍ତବ୍ୟ ବି ସଂଲଗ୍ନ ହୋଇ ରହେ। କିନ୍ତୁ ଆଜିକାଲି ଅଧିକାରର ଅପବ୍ୟବହାର ଏବଂ କର୍ତ୍ତବ୍ୟବିହୀନ କାର୍ଯ୍ୟକଳାପ ହିଁ ଶ୍ରେୟଷ୍କର ମଣୁଛନ୍ତି ସମସ୍ତ ଉପରସ୍ତ ଅଧିକାରିବୃନ୍ଦ । ଯାହା କେତେଦୂର ଯେ ଯଥାର୍ଥ ତାର ମୂଲ୍ୟାଙ୍କନ ସେଇ ମାନେ ହିଁ ଜାଣିବେ।
© Dibyashree