...

4 views

ଦୂରତ୍ୱରେ ପ୍ରେମର ସ୍ୱାଦ (କ୍ରୁରତା)
ସମୁଦ୍ରର ବେଳା ଭୂମିରେ ତୁମ ପାଦରେ ପାଦ ମିଶେଇ ଚାଲିବା ଥିଲା ବୋଧେ ମୋର ଶେଷ ଅଭିନୟ
ପ୍ରେମର ନାଟକରେ ସୁସଜ୍ଜିତ ପ୍ରତାରଣା ରୂପକ ସୈନ୍ୟଙ୍କୁ ଲୁକାୟିତ ରଖି ଖେଳିଚାଲିଥିଲ ମୋ ସାଥେ ଛାଇ ଆଲୋକର ଖେଳ
ବିଶ୍ୱାସର ନିକିତିରେ ତଉଲି ଚାଲିଥିଲ ମତେ
କାହିଁକି ଆଜି ମୁଁ ଏକୁଟିଆ ହେଲି
କ'ଣ ଅଛି ମୋ ପ୍ରଶ୍ନର ଉତ୍ତର ତୁମ ପାଖରେ
ଜାଣିଛି ନଥିବ ଆଉ ଯଦି ବା ଥିବ
ଶୁଷ୍କ ମରୁଭୂମିରେ ଜଳବୁନ୍ଦାର ହଠାତ ପ୍ରତ୍ୟାବର୍ତ୍ତନ
ମରୁଭୂମିକୁ ଶିଥିଳତା ପ୍ରଦାନ କରି ନଥାଏ
ବରଂ ଦ୍ୱିଗୁଣିତ କରିଚାଲିଥାଏ ଉତ୍ତପ୍ତତା
କେବେ ଚାହିଁନି ମୁଁ ତୁମର ଫେରିବା ବାଟକୁ
ଅସ୍ଥିର ବିଚଳିତ ମନକୁ ଖାଲି ଯାହା
ଅତୀତର ସ୍ମୃତିଗୁଡିକ ଆଘାତ ପରେ ଆଘାତ ଦେଇ ଚାଲିଛନ୍ତି
ଆଉ ଏ ଆଘାତର ଉପଶମ ପାଇଁ ପ୍ରସ୍ତୁତ ଔଷଦ୍ଧି ଅଲୋଡ଼ା ପଦବାଚ୍ୟ ଉପାଧିରେ ବଶୀଭୂତ ଯେପରି ଫେରିଯାଇଛି ତା' ନିଜ ସ୍ଥାନକୁ
ହାଡ଼ମାଂସର ଶରୀରର ଉପରେ ଢାଙ୍କି ହୋଇଥିବା ପ୍ରେମର ସୁନ୍ଦର ପୋଷାକକୁ ଯଦି କେହି ପ୍ରତାରଣା ରୂପକ ହିଂସାର ଅସ୍ତ୍ରରେ କ୍ଷତବିକ୍ଷତ କରି ଦିଏ
ସତରେ ଏ ଯନ୍ତ୍ରଣାକୁ ନିଜ କାନ୍ଧରେ ଆଜୀବନ ବୋହିବା ହୋଇପଡେ ଅସହ୍ୟ
ପ୍ରତି ମୁହୂର୍ତ୍ତ କେବଳ ଖୋଜିବାକୁ ହୁଏ ମୃତ୍ୟୁକୁ
କିନ୍ତୁ ଏ ମୃତ୍ୟୁ ବି କିଛି କମ୍ ବେଇମାନି ନୁହେଁ
ମନେହୁଏ ଛଳନା ଓ ପ୍ରତାରଣାରେ ପରିପୂର୍ଣ୍ଣ କାଠଗଡାରେ ନିଜକୁ ସାଲିସ କରି
ଖାଲି ଦର୍ଶାନାଭିଳାଷୀ ହୋଇ ନିଜକୁ ବ୍ୟକ୍ତିଠାରୁ ଦୁରେଇ ରଖି ନିଜର ଉଦ୍ଦେଶ୍ୟକୁ ଏକ ନୂଆ ରୂପରେଖ ଦେଇଥାଏ -- “ଦୂରତ୍ୱରେ ପ୍ରେମର ସ୍ୱାଦ”