...

3 views

ଦ୍ୱନ୍ଦ୍ୱ ରୂପୀ ନାୟିକା..... 🥴
ତୁମକୁ ବୁଝିବା ମୋ ପକ୍ଷେ ଟିକେ ଦ୍ୱନ୍ଦ୍ୱପୂର୍ଣ୍ଣ!
ଦ୍ୱିପ୍ରହର ଖାଦ୍ୟ ପ୍ରସ୍ତୁତି ନିମନ୍ତେ ହାତରେ ଛୁରିଧରି ପନିପରିବା ମଣ୍ଡିତ ଟେବୁଲ ଉପରେ ଥିବା ରିମୋଟ ସାଥେ ଦୂରଦର୍ଶନ ସହ ଯୋଡି଼ହେଇଯିବା ସତରେ ଏକ ସ୍ୱତନ୍ତ୍ର କାହାଣୀ ଅଟେ.....
ଆଳୁ, ପିଆଜ, ବାଇଗଣ ଇତ୍ୟାଦି ପନିପରିବା କାଟିବା ଭିତରେ କେତେ ଯେ ଘରଭଙ୍ଗା କାହାଣୀ ଦୂରଦର୍ଶନର ପରଦାରେ ଆବିର୍ଭାବ ହୋଇ ତିରୋଧାନ ହୋଇଯାଇଥାଆନ୍ତି ତାହା ମୋ ପାଇଁ ବୁଝିବା ଆଉ ବାକି ରହି ଯାଇନି।। ଆମ ବିବାହର ଛଅମାସ ଭିତରେ ଶ୍ୱଶୁରଘରୁ ନିମନ୍ତ୍ରଣ ଆସିଥିବା ଜ୍ୱାଇଁ ଡାକରାରେ ଆମେ ଦୁହେଁ ମାଡିଯିବା ଏଥିରେ ସାମଞ୍ଜସ୍ୟ ସାମାନ୍ୟ ପୃଥକ ଥିଲା, ସେଦିନର ସକାଳର ପ୍ରାରମ୍ଭରେ ତୁମର ଶୀଘ୍ର ଉଠିବା ଏବଂ ତରତର ହୋଇ ଆମ ଘରର ସବୁକାର୍ଯ୍ୟ ଅବିଳମ୍ବେ ପୂର୍ଣ୍ଣ କରିବା ଥିଲା ଟିକେ ନିଆରା।। ସେ ଯାହା ବି ହେଉ ନା କାହିଁକି ଘରର ସବୁକାମ ସାରି ଦୁହେଁ ମିଶି ବାହାରିପଡିଥିଲେ ତୁମ ବାପଘର ଅଭିମୁଖେ, ଉଦୁଉଦିଆ ଖରାବେଳେ ମୁଣ୍ଡଉପରେ ସୂର୍ଯ୍ୟକିରଣରେ ବିଚଳିତ ମସ୍ତିଷ୍କକୁ ଶୀତଳତା ପ୍ରଦାନ କରିବା ପାଇଁ ମୁଁ ଯେ କେତେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲି, ସେକଥା କିଏ ଜାଣୁ କି ନ ଜାଣୁ ତୁମେ ଭଲଭାବେ ଜାଣିଥାଅ।। ଦ୍ବିପ୍ରହରର ପ୍ରାରମ୍ଭରେ ତୁମଘରେ ପହଞ୍ଚି ଯାଇଥିଲେ, ଆମକୁ ଦେଖିବାକୁ ସାହିପଡିଶାର ଲୋକମାନେ ମଧ୍ୟ ଏକାଠି ହୋଇଥିଲେ..... ଦୁହେଁ କିଛି ସମୟ ସେଇ ଘରର ଅଗଣାରେ ଖରା ଗରମରେ ଠିଆ ହୋଇ ଅଗ୍ରସର ହୋଇଥିଲେ ଘର ଭିତରକୁ, ଶଳା ଆମର ବଡ଼ ପିତ୍ତଳ ଢାଳରେ ଢାଳେ ପାଣି ଆଣି ଆମ ଦୁହିଁଙ୍କ ପଦ ପ୍ରାକ୍ଷଳନକରି ନୂଆ ଗାମୁଛାରେ ପୋଛି ପାଛୋଟି ନେଇଥିଲେ ଘର ଭିତରକୁ।। ଘରର ବସବାସ କରୁଥିବା ବ୍ୟକ୍ତିଙ୍କ ବିବରଣୀ କହିଲେ ଭୁବନେଶ୍ୱର ସ୍ଥିତ ବାରଙ୍ଗ ପୌରପରିଷଦ ଅନ୍ତର୍ଗତ ନନ୍ଦନକାନନ ଅର୍ଥାତ ଚିଡ଼ିଆଖାନା ଭଳି ମାନେ ଯୌଥ ପରିବାର (ବାପା ଏବଂ ବାପାଙ୍କ ଭାଈ , ବୋଉ ଏବଂ ଅନ୍ୟ ବାପାମାନଙ୍କ ସ୍ତ୍ରୀ , ତୁମେ ସାନ ଭଉଣୀ, ଭାଈ, ତାଙ୍କର ପୁଅ, ଝିଅ ଓ ନାତିନାତୁଣୀ ସମୂହ)।।
ଶଳାର ଗୋଡ ଧୋଇବା ଘରକୁ ପାଛୋଟି ନେବା ସତେ ଯେମିତି ନିସ୍ଵାର୍ଥପୂର୍ଣ୍ଣ ଭକ୍ତିପୂର୍ବ କାର୍ଯ୍ୟ ବୋଲି ଜଣାପଡୁଥିଲା ଓ ହେଲେ ହଠାତ ଖରାଦିନିଆ ବହି ଆସୁଥିବା ବହୁ ଉତ୍ତପ୍ତ ଝାଞ୍ଜି ପବନ ସଦୃଶ ଶାଳୀର ଆଗମନ ହାତରେ ଧରିଥିବା ମୃଦୁ ପାନୀୟ ଅର୍ଥାତ ଲେମ୍ବୁଲୁଣଚିନି ପାଣିର ସେବା କାହିଁକି କେଜାଣି ସ୍ୱାର୍ଥସହ ଜଡିତ ରହିଥିବା ଭଳି ମୋର ମନେହେଲା।। ମୋ ପାଖେ ଠିଆ ହୋଇ ଟିକେ ହସିଦେଇ ସରବତ ଗ୍ଲାସଟିକୁ ହାତରେ ଦେଇ, ତୁମ ପାଖକୁ ଚାଲିଗଲା..... ଏତେଦିନର ଲୁକାୟିତ ଭଲପାଇବା ବୋଧହୁଏ ଅସମ୍ଭାଳ ହୋଇପଡ଼ିଥିଲା ତା' ହୃଦୟରେ।। ତୁମ ପାଇଁ ଦେଖିଲେ ହିଁ ଜାଣି ହେଇଯାଉଥିଲା ଶାଳୀର ଆଖିର ନିସ୍ତବ୍ଦ ଚିତ୍କାରପୂର୍ଣ୍ଣ ସ୍ୱରରେ କୁଣ୍ଢେଇ ପକେଇ ତୁମକୁ, ଢାଳି ଦେଇଥିଲା ୨ଟୋପା ଖୁସିର ଲୁହ।। ହାତ ଧରି ଟାଣି ନେଇଥିଲା ତୁମକୁ ନିଜର ଶୋଇବା ଘରକୁ।। ଆମ ଘରୁ ପିନ୍ଧି ଆସିଥିବା ପୋଷାକକୁ ବଦଳେଇ ଆସିବା ପାଇଁ ମତେ ଡ଼ାକିନେଲେ ଶ୍ୱଶୁର ତାଙ୍କ ରୁମକୁ, ଧରେଇ ଦେଲେ ମୋ ହାତେ ନୀଳ ରଙ୍ଗର ଉଜାଲାରେ ବୁଡ଼ା ହୋଇଥିବା ଧୋତି ଓ ପଲିଷ୍ଟରର ନାଲି ଗାମୁଛା......
(ଯଦିଓ ନିମନ୍ତ୍ରଣର ସମ୍ମାନ ରଖିବାକୁ ଯାଇ ନବ ଆଗନ୍ତୁକଙ୍କ ପାଇଁ ଏଭଳି କୁରୁପା ସଦୃଶ ଭଲପାଇବା)

ପୋଷାକ ପରିବର୍ତ୍ତନରେ ମୁଁ ମୋ କାମ ସାରିଦେଇ ବାହାରି ଆସିଲି ତାଙ୍କ (ଶ୍ୱଶୁରଙ୍କ) ରୁମରୁ। ଶାଳୀ ତୁମକୁ ଘର ଭିତରକୁ ନବା ଓ ଶାଶୂଙ୍କ ହାତରେ ନୂଆ ଲୁଗା ଖଣ୍ଡେ ହାତରେ ତୁମ ପିନ୍ଧିବା ଲାଗି ନେଇକି ଯିବା ଦେଖି ମୁଁ ଟିକେ ସ୍ତବ୍ଧ ହୋଇଯାଇଥିଲି!

କ୍ରମଶଃ.....
© Ritesh Dash