...

1 views

ଗାଲୁଆମୀ ହେଲେ ବି🤣 ସତ୍ୟତା ଅଛି 🙋‍♂️....
ପ୍ରତି ମଣିଷ ଜୀବନ;
ଯଜ୍ଞରେ ବସିଥିବା ସମିଧ (ହୂମକାଠ) ଭଳି...
ଆଉ ଏଥିରେ ଆହୁତି ଉଦ୍ଦେଶ୍ୟରେ
ଢଳା ଯାଉଥିବା ଘୃତ୍ୟ (ଘିଅ) ୩ ପ୍ରକାରର!
ଯଥା :- 1) ଗୁଆ ଘିଅ
2) ଦୁର୍ଗା ଘିଅ
3) ଡାଲଡା ଘିଅ
ଗୁଆ ଘିଅ -- ଏଥିରେ ନିଜେ ଶାନ୍ତି, ପରିବାର ଶାନ୍ତି ଓ ଈଶ୍ୱର ମଧ୍ୟ୍ୟ ଶାନ୍ତି |
ଦୁର୍ଗା ଘିଅ -- ଏଥିରେ ଉପର ଉଲ୍ଲେଖିତ ହୋଇଥିବା ଶାନ୍ତିକୁ ଅଧା ପରିମାଣରେ ଅନୁଭବ କରିପାରିବେ ହେଲେ ବେଳେବେଳେ ଅଧା ହଁ! ଚଳିବ କିମ୍ବା ଚଳେଇନେଲା ଭଳି
ଡାଲଡା ଘିଅ -- ଏଥିରେ ଶାନ୍ତି ତ' ମିଳିବନି କିନ୍ତୁ ହଁ ଚିନ୍ତା ରୂପକ ମାଠିଆ, ସମୟ ଆପଣଙ୍କ ହାତରେ ନିଶ୍ଚିତ ଧରେଇଦେବ....
ଆଉ ଶେଷରେ ଏଇୟା ହିଁ ଶୁଣିବାକୁ ମିଳିବ
“ମୋ ଭାଗ୍ୟରେ ହିଁ ନାହିଁ”!! 🤣 😂

(ହଁ! ଆମର କ'ଣ ଦରକାର କାହାକୁ କ'ଣ କହିବା)
ଯିଏ ଯେମିତି ପରିଶ୍ରମ କରିବ ସେ ସେଇ ଅନୁସାରେ ଫୁଲ ଫଳ ଡାଳ ମୂଳ ପତ୍ର ଚେର ଖାଇବ 😁 😅

ନିଜସ୍ୱ କଟାକ୍ଷ -- (🙋‍♂️)

ଚରୀ ଯାଇଥିଲା ବିଲକୁ
ଆହାଁ! ଚରୀ ଯାଇଥିଲା ବିଲକୁ
ଭୁଲିଯାଇ ସେ ତା' ପଘା ଛିଡ଼େଇଲା
ବାଡ଼ ଭାଙ୍ଗି ଦେଇ
ଆପଣେଇ ନେଲା ଗେଲକୁ....
ଖାଲି କ'ଣ ସେତିକି
ନିଜ ହାତେ ଦେଇ
ଢାଳି ଚାଲିଗଲା ତେଲକୁ
ସମୟ ଶେଷରେ ଏକାକୀ ବସିଛି
ବିନା ପରିଶ୍ରମେ କେମିତି ପାଇବ ବେଲକୁ ??
© Ritesh Dash