...

4 views

ପ୍ରିୟ ପ୍ରଥମ ପ୍ରେମ -- (ଚିଠି ଖଟତଳେ ଗଳିପଡିଛି)
ମୋ ପ୍ରିୟ ଗୋଟିଏ ମାତ୍ର ମାଣ୍ଡୁ ସୁରେଖା
ଷଣ୍ଢକୁଦ,


ହୃଦୟର ସ୍ପନ୍ଦନ ଉପରେ ୩କି.ଗ୍ରା. ଓଜନର ମିଠେଇ ରଖି ୨୭ନମ୍ବର କିଳାକୁ ପଛରେ ଲଗେଇ ନିଜର ନିଶ୍ୱାସକୁ ସମ୍ଭାଳି ନ ପାରି ତୁମକୁ ଆଃହା.... ଏପରି ଯନ୍ତ୍ରଣା ରୂପକ ଚିଠିଟିଏ ଲେଖୁଛି l
ହେଇଟି ତୁମ ବୁଢା ଉହୁଁ.. ମାନେ ମୋ ଶଶୁର ଚମ୍ପେଇ ଭାଇନାଙ୍କୁ ଓ ରଇଜଳା ବୁଢ଼ୀ ଉହୁଁ.. ମାନେ ମୋ ଶାଶୁ ଚଇତି ମାଉସୀଙ୍କୁ ମୋର ନମସ୍କାର ଦବ l ମୁଁ ଭଲ ଅଛି l ଆମ ପ୍ରେମ ଅଣାବନ ବର୍ଷ ପର୍ଯ୍ୟନ୍ତ ଚାଲିଲା, ସେଥିପାଇଁ ଧନ୍ୟବାଦ l ଆଜି କାହିଁକି କେଜାଣି ତୁମ କଥା ମୋର ବହୁତ ପଡିଲା, କୋରନା ସମୟ ସେଥିପାଇଁ ମୁଁ ୨ଗିଲାସ ଉଷୁମ ପାଣି ପିଇଦେଲି l ତୁମେ ଏବେ ମୋ ଛେଉଣ୍ଡ ହେଇଚ, ତେଣୁ କଷ୍ଟ ନିଶ୍ଚିତ ହେଉଥିବ ମୁଁ ଜାଣିପାରୁଛି କିନ୍ତୁ ତମେ ଜାଣିଛ ଯେ ପ୍ରେମିକମାନେ ହିଁ ତ' ନିଜ ଦେହରୁ ବାଲ୍ଟିଏ ଲେଖାଁ ଝାଳ ବୁହାଇ ପରିଶ୍ରମ କରନ୍ତି l ତଥାପି ମୁଁ ହାରିନି, ମୁଁ ମୋ କମ୍ପାନୀ ଚଳେଇଛି l ଚିଠି ପରେ ଚିଠି ଆହୁରି ଚିଠି ଲେଖି ସମୟର ସଦୁପଯୋଗ କରି ଚିତ୍ରା ନାମକ ଗୋଟେ ଗୁଲୁଗାଲିୟା ଟୋକିଟିଏ ପଟେଇଛି l ଏଥିରେ ଅଜଣା ଚାଉଳର ଭାତ ଖାଇବା କଥା ତ କିଛି ନୁହେଁ ଯେ- ପ୍ରେମର ରାସ୍ତା ସବୁବେଳେ ବିଲରେ ଥିବା କୋଇଲିଖିଆ କଣ୍ଟାରେ ପରିପୂର୍ଣ୍ଣ l ଦେଖି ଚାହିଁ ଚାଲିବାକୁ ପଡ଼େ l ତମର ମନେ ଅଛି “ଥରେ ମୁଁ ତୁମ ସାଙ୍ଗରେ ଯାଉଥିଲି, ତୁମକୁ ପାଖରେ ପାଇ ଅନ୍ୟମନସ୍କ ହୋଇଯାଇ ଉଈହୁଙ୍କା ଉପରେ ଚଢି ଯାଇଥିଲି, ଯାହା ଫଳରେ ଉଈମାନେ ଗୁରୁଣ୍ଡି ଗୁରୁଣ୍ଡି ଆସି ମୋ ପ୍ୟାଣ୍ଟ ସାର୍ଟ ଭିତରେ ପଶି ମତେ ଉଲାଲା ଉଲାଲା କରିଦେଇଥିଲେ l ଆଉ ତା'ପରେ ତୁମେ ଜର୍ସି ଛେଳିର ମୁତରେ ଗାଧୋଇ ହେବା ପାଇଁ Advice ଦେଇଥିଲ ll” କିନ୍ତୁ ସେପରି ଅନ୍ୟମନସ୍କ ମୁଁ ଚିତ୍ରା ପାଖରେ ହେବାକୁ ଚାହୁଁନି, କାରଣ ଯଦି ସେମିତି ହୁଏ ତାହାଲେ ମତେ ପୁଣି ଦେଶୀ ଉପାୟ ଅବଲମ୍ବନ କରିବାକୁ ପଡିବ l ତାହା ଦ୍ୱାରା ମୁଁ ଭଲ ତ' ହେଇଯିବି କିନ୍ତୁ ଏବଂ ବା କିମ୍ବା ଓ ହେଲେ କିପରି କାହିଁକି କ'ଣ ତଥାପି ଅଥଚ ବରଂ ପରନ୍ତୁ ଶବ୍ଦର ଆଘାତରେ ସମ୍ମୁଖୀନ ହେବାକୁ ପଡିବ !! ମୁଁ ସେମିତି ଜମାରୁ ହେବାକୁ ଦେବିନି l ଏଇ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନେ ଅଛି ସେଦିନର- ସାଙ୍ଗ ହୋଇ ବସି ଘଞ୍ଚ କିଆବୁଦା ମୂଳେ ଖଜୁରୀ ତାଡିରେ ଭୋଳା ମିଶେଇ ପ୍ଲାଷ୍ଟିକ କଲମରେ ଶୋଷାଡି ଶୋଷାଡି ପିଇ, ଦିନ ଦ୍ୱିପ୍ରହରରେ ଦେଖାଜୁଥିବା ଜହ୍ନ ଆଉ ତାରା ଭିତରେ ହାତ ଧରାଧରି ହୋଇ ନଈବାଲିରେ ବୁଲୁଥିଲେ ଏଇ କ'ଣ ମନେପଡ଼ିଲା ନା ପାସୋରି ଦେଲ ମ ?? କହୁ କହୁ କେତେ କ'ଣ କହି ସାରିଲିଣି, ହେଲେ ଅସଲ କଥା ତୁମକୁ ମନେ ପକେଇ ନାହିଁ l କାଲି କ'ଣ ଜାଣିଛ ଟି ନା ତାହା ବି ମୁଁ ମନେପକେଇବି l ହଉ ଛାଡ଼ କହିଦଉଛି କାଲି ହେଉଛି - ଆମ ଦୁହିଁଙ୍କପାଇଁ ପ୍ରଥମ ସାକ୍ଷାତ ଦିବସ!
ଯେଉଁଥିରେ ମୁଁ ମୋ ଖସି ଯାଉଥିବା ପ୍ୟାଣ୍ଟକୁ ଟେକି ଟେକି ପରିବା ବ୍ୟାଗରେ ବହି ବସ୍ତାନି ନେଇ ବିଦ୍ୟାଳୟ ଯାଉଥିଲି, ଆଉ ତୁମେ ସେପଟୁ ନାକରୁ ବହୁଥିବା ଏକ ରକମ ମୋଟା ସିଂଘାଣିକୁ ଶୁଂ କରି ସ୍କଟରେ ପୋଛି ବିଦ୍ୟାଳୟକୁ ଆସିଥିଲ l
କ୍ରମଶଃ..... (Part-1)
© Ritesh Dash